କୃତାଞ୍ଜଳି

କଳାପ୍ରେମୀ ଶିକ୍ଷକ ଶ୍ରୀଯୁକ୍ତ ନନ୍ଦକିଶୋର ରଥ

ସ୍ଵର୍ଗତ ଶ୍ରୀଯୁକ୍ତ ନନ୍ଦକିଶୋର ରଥ ଓଡିଶାର ପ୍ରସିଦ୍ଧ ଗଣିତ ଶିକ୍ଷକମାନଙ୍କ ମଧ୍ୟରେ ଅନ୍ୟତମ | ୧୯୬୦ ମସୀହାରୁ ୧୯୬୩ ମସୀହା ପର୍ଯ୍ୟନ୍ତ ସେ ରେଭେନ୍ସା କଲିଜିଏଟ୍ସ୍କୁ୍​ଲ୍​ର ପ୍ରଧାନ ଶିକ୍ଷକ ଭାବରେ କାର୍ଯ୍ୟ ନିର୍ବାହ କରିଥିଲେ |୧୯୬୩ ମସୀହାରେ ଭାରତ ରାଷ୍ଟ୍ରପତିଙ୍କ ଦ୍ଵାରା “ଜାତୀୟ ଶିକ୍ଷକ” ସମ୍ମାନରେ ସମ୍ମାନିତ ହୋଇଥିଲେ | “ସଂସ୍କୃତି ବିହାର” ଅନୁଷ୍ଠାନର ଜନ୍ମରେ ଶ୍ରୀଯୁକ୍ତ ରଥ ପ୍ରଥମ ଉପଦେଷ୍ଟା |

Startup

ସଙ୍ଗଠିକା ଶ୍ରୀମତୀ ମନୋରମା ଷଡଙ୍ଗୀ

ଭାରତବର୍ଷର ସ୍ଵାଧୀନତା ପରେ ଦେଶରେ କଳାଭାବ ଜାଗରଣ ଉଦ୍ୟମରେ ସ୍ଵର୍ଗତା ଶ୍ରୀମତୀ ମନୋରମା ଷଡଙ୍ଗୀଙ୍କର ଅବଦାନ ଅନନ୍ୟ | ସଙ୍ଗୀତଶିକ୍ଷାର ଆୟୋଜନ, ସଙ୍ଗୀତ ବିଦ୍ୟାଳୟ ସଙ୍ଗଠନ ଓ କଳାକାରଙ୍କର ଜୀବନନିର୍ବାହରେ ଗୃହିଣୀ ଶ୍ରୀମତୀ ଷଡଙ୍ଗୀ ଜୀବନର ଅନ୍ୟତମ କାର୍ଯ୍ୟ ହିସାବରେ ଗ୍ରହଣ କରିନେଇଥିଲେ | ତା’ଙ୍କର ଚାରୋଟି କନ୍ୟା କଳାଶିକ୍ଷାରେ ପାରଦର୍ଶିତା ଲାଭ କରି ସମାଜରେ ଖ୍ୟାତି ଅର୍ଜନ କରିଛନ୍ତି |ସଂସ୍କୃତିବିହାର ଅନୁଷ୍ଠାନ ପୂର୍ବରୁ କିଶୋର ଅନୁଷ୍ଠାନ “ଅନଳ ମୀନାମଣ୍ଡଳୀ”ର ସେ ସଙ୍ଗଠିକା ଓ ପ୍ରଧାନ ଉଦ୍ୟୋକ୍ତା |

Startup

ସମାଜସେବୀ ଶ୍ରୀଯୁକ୍ତ ରଣଜିତ ସିଂହ

ଓଡିଶାର ଧର୍ମପୁସ୍ତକ ଓ ସାହିତ୍ୟ ପ୍ରକାଶନ କ୍ଷେତ୍ରରେ କଟକର ନିମିଚଉଡି ସ୍ଥିତ ଓଡିଶା ଜଗନ୍ନାଥ କମ୍ପାନି ପୁସ୍ତକାଳୟ ଅତି ପ୍ରାଚୀନ | ବିଲୁପ୍ତ ପୁସ୍ତକମାନଙ୍କର ପୁନରୁଦ୍ଧାର, ଲୋକରୁଚି ନିମନ୍ତେ ପୁସ୍ତକ ପ୍ରଚାର, ଓଡିଆଭାଷାର ପ୍ରଚଳନ ଓ ପ୍ରସାରରେ ଏହି ପୁସ୍ତକାଳୟ ସଂସ୍ଥାର ଅବଦାନ ଅମୂଲ୍ୟ | ଶ୍ରୀଯୁକ୍ତ ରଣଜିତ ସିଂହ ପାରିବାରିକ ସମ୍ପର୍କରେ ଏହି ପୁସ୍ତକାଳୟର ଅଧ୍ୟକ୍ଷ ଭାବରେ ଓଡିଶାମାଟିର ସେବା କରି ଆସିଛନ୍ତି | ସଂସ୍କୃତିବିହାର ସୃଷ୍ଟି ପରେ ତାଙ୍କର ଅଯାଚିତ ସାହାଯ୍ୟ ଓ ସହଯୋଗ ନିମିତ୍ତ ଅନୁଷ୍ଠାନ ଚିରକାଳ ଋଣୀ |

Startup

ସ୍ୱାଧୀନତା ସଂଗ୍ରାମୀ କବି ଶ୍ରୀଯୁକ୍ତ ମନମୋହନ ମିଶ୍ର

କିଶୋର ବୟସରୁ ନିଜକୁ ଦେଶ ସେବାରେ ଉତ୍ସର୍ଗ କରି ସ୍ଵର୍ଗତ ଶ୍ରୀଯୁକ୍ତ ମନମୋହନ ମିଶ୍ର ତାଙ୍କର ତ୍ୟାଗପୂତ ଜୀବନ, ବଳିଷ୍ଠ ଭାଷା ପ୍ରୟୋଗ ଏବଂ କବିତାର କ୍ରାନ୍ତିରେ ଓଡିଶାବାସୀଙ୍କର ପ୍ରାଣସ୍ପର୍ଶ କରିଛନ୍ତି | ଓଡିଶା ମାଟି, ଭାଷା, ଐତିହ୍ୟ ଓ ଓଡିଆଜୀବନ ଉପରେ ତା’ଙ୍କର ଅନୁଭୂତିପୂର୍ଣ୍ଣ ବିଶ୍ଳେଷଣ ବହୁ ପିଢିର ଯୁବକମାନଙ୍କୁ ଉଦ୍ବୁଦ୍ଧ କରିଛି | ସଂସ୍କୃତି ବିହାରର ଶୈଶବରେ ଶ୍ରୀଯୁକ୍ତ ମିଶ୍ର ସଂସ୍କୃତିବିହାର ସଭ୍ୟମାନଙ୍କୁ ଓଡିଶାର ସଂସ୍କୃତି ସମ୍ପର୍କରେ ଦିଗ୍ ଦର୍ଶନ ଦେଇ ୧୯୬୬ ମସୀହାରେ ବାରବାଟୀ ଦୁର୍ଗ ପଡିଆରେ ଓଡିଶାର ବିରାଟ ପ୍ରେକ୍ଷା ମଞ୍ଚ ପରିବେଶରେ ଲୋକନାଟ୍ୟ ଆୟୋଜନକରି ସଂସ୍କୃତିବିହାରର ଭବିଷ୍ୟତ ପଥ ନିର୍ଦ୍ଧାରଣ କରିଛନ୍ତି |

Startup
portrait
portrait
portrait
portrait
portrait
portrait
portrait
portrait
portrait
portrait
portrait
portrait
portrait
portrait
portrait
portrait
portrait
portrait
portrait
portrait
portrait
portrait
portrait
portrait