ଉପକ୍ରମ




ବାଳୁତ ବୟସର କଳା ଉନ୍ମାଦନା ଏବଂ ରେଭେନ୍ସା କଲିଜିଏଟ୍ ସ୍କୁଲ୍ରର ପ୍ରଧାନ ଶିକ୍ଷକ ସ୍ଵର୍ଗତ ଶ୍ରୀଯୁକ୍ତ ନନ୍ଦକିଶୋର ରଥଙ୍କର ସସ୍ନେହ ପ୍ରେରଣାରେ “ସଂସ୍କୃତିବିହାର” ଅନୁଷ୍ଠାନର ସୃଷ୍ଟି | ସଙ୍ଗୀତ ଓ କଳା ସମାରୋହରେ ସାହିତ୍ୟଶିକ୍ଷକ ସ୍ଵର୍ଗତ ଶ୍ରୀଯୁକ୍ତ ସୁଧାକର ଦାଶଙ୍କର ସାଙ୍ଗଠନିକ ଦକ୍ଷତା ଓ ସୁଧୀ ଶିକ୍ଷା ସଂସ୍କୃତିବିହାର ଅନୁଷ୍ଠାନକୁ ଶକ୍ତି ଦେଇଅଛି | ପ୍ରଜାତନ୍ତ୍ର ପ୍ରଚାର ସମିତି ଆନୁକୂଲ୍ୟରେ ଅନୁଷ୍ଠିତ ୧୯୬୨ ମସୀହାର ବାର୍ଷିକ ମୀନାମେଳା ଉତ୍ସବରେ ଏହି ଛାତ୍ର କଳାକାରମାନେ ସ୍ଵର୍ଗତା ଶ୍ରୀମତୀ ମନୋରମା ଷଡଙ୍ଗୀଙ୍କର ସାହଚର୍ଯ୍ୟରେ “ଅନଳ ମୀନାମଣ୍ଡଳୀ” ନାମକ ଅନୁଷ୍ଠାନ ଜରିଆରେ ଅଂଶଗ୍ରହଣ କରିଥିଲେ ଏବଂ ବହୁ ପୁରସ୍କାରରେ ସମ୍ମାନିତ ହୋଇଥିଲେ | ସ୍କୁଲ୍ ଜୀବନର ଅବସାନ ପରେ ୧୯୬୩ ମସୀହା ନଭେମ୍ବର ମାସ ୮ ତାରିଖ ଦିନ ସଂସ୍କୃତିବିହାରର ଆନୁଷ୍ଠାନିକ ଜନ୍ମ | ଏହାର ନାମକରଣ ଏବଂ ପ୍ରାଥମିକ ସରକାରୀ କାର୍ଯ୍ୟନିର୍ବାହ ନିମିତ୍ତ ସ୍ଵର୍ଗତ ଅଧ୍ୟାପକ ଶ୍ରୀଯୁକ୍ତ ବୀରେନ୍ଦ୍ରନାଥ କରଙ୍କର ବଦାନ୍ୟ ସାହାଯ୍ୟ ସଂସ୍କୃତିବିହାର ସଂସ୍ଥାର ପ୍ରଥମ ଭିତ୍ତିପ୍ରସ୍ତର |