କିଶୋରରୁ ପ୍ରୌଢ – “ସଂସ୍କୃତିବିହାର”ର ପଚାଶ ବର୍ଷ
ବିଜୟମୋହନ ମିଶ୍ର
ଓଡିଶା ଦେଶ ସାଂସ୍କୃତିକ ଦେଶ କଟକ ସହର ଗୀତ, ନାଚ, ତାମସାର ସହର ଅସରନ୍ତି ଇତିହାସର ପରଳରେ କଟକ ସହରର ଟୁଙ୍ଗୀ, ମେଲଣ, ଯାତ୍ରା, ବାଡିଖେଳ, ପଟୁଆର ଆଉ ରାମଲୀଳା ଏବେ ବି ଆମକୁ ଅଭିଭୂତ କରେ ପୁରୁଣା ଦେଶ ଇଏ, ଏଠି ସମୟ ଅଟକି ଥାଏ ସମସ୍ତେ ଏଠି ତରୁଣ, ସମସ୍ତେ ରସିକିଆ ତାରକସିଠାରୁ ଆରମ୍ଭ କରି କାଠ ଖେଳଣା ପର୍ଯ୍ୟନ୍ତ ଏଠି କଳା ଜୀବନ୍ତ ସବୁବେଳେ ନୂଆ, ସବୁବେଳେ ଯାଦୁକରା
ଆମେ ଏ’ ସହରରେ ଛୋଟ ପିଲା ଭାଷାରେ ଆଦର ଥାଏ, କିଏ କିଏ ଗୀତ ଶିଖିଥା’ନ୍ତି, କାହାର ବା ଆନନ୍ଦ ଅଭିନୟରେ କାହାର ବାଦ୍ୟରେ ବା ଧ୍ୱନିରେ କୁଶଳତା ଥାଏ ଏ’ ଭାବ ଅଲଗା କଳାର ଠାଣି ସୂକ୍ଷ୍ମ, ଏଥିରେ ଲୟ ଥାଏ ଅନେକ ସମୟରେ କିଶୋର ବୟସର ଏ’ ଲୟ ତରୁଣ ବୟସକୁ ବଢେ ନାହିଁ କଳାକୁ ଜାଗ୍ରତ ରଖିବାକୁ ପରିବେଶ ଲୋଡା, ଶିକ୍ଷକର ସାହାଯ୍ୟ ଲୋଡା, ପିତାମାତାଙ୍କର ଶୁଭେଚ୍ଛା ଲୋଡା ସାଥୀ ପଡିଶାଙ୍କର ଉତ୍ସାହ ଲୋଡା ସମସ୍ତଙ୍କୁ ମିଳେ ନାହିଁ, କିଶୋରର ଚାଞ୍ଚଲ୍ୟ ଥମିଯାଏ, ମଣିଷ ଜୀବନ କଳାରୁ ଛାଡି ସଂସାରରେ ପଶେ
କିଶୋର ଜୀବନରେ ଲୟ ଓ ସ୍ୱର ଆଣିବା ବିଦ୍ୟାଳୟର କାର୍ଯ୍ୟ ରେଭେନ୍ସା କଲିଜିଏଟ୍ ସ୍କୁଲର ପ୍ରଧାନ ଶିକ୍ଷକ ଭାବରେ ଯୋଗ ଦିଅନ୍ତି ବରିଷ୍ଠ ଗଣିତ ଶିକ୍ଷକ ଶ୍ରୀ ନନ୍ଦକିଶୋର ରଥ ୧୯୬୧ ମସିହାରେ ଗୀତ, ନାଚ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ତା’ଙ୍କର ପ୍ରଚଣ୍ଡ ଆଦର ତା’ଙ୍କର ଉତ୍ସାହରେ ଅନ୍ୟ ଶିକ୍ଷକମାନେ ମଧ୍ୟ ପିଲାମାନଙ୍କୁ ତାଲିମ୍ ଦେବାକୁ ତିଆର ରେଭେନ୍ସା କଲିଜିଏଟ୍ ସ୍କୁଲ୍ ପାଠ ସାଂଗେ ସାଂଗେ ଗୋଟିଏ କଳାକେନ୍ଦ୍ର ସ୍କୁଲ୍ ଅଭିନୟ ତାଲିମ୍ରେ ବଂଶୀ ବାଦକ ଶ୍ରୀ ହରିପ୍ରସାଦ ଚଉରାସିଆ ସହାୟକ ଶିଳ୍ପୀ ନୃତ୍ୟଶିକ୍ଷକ, ଯନ୍ତ୍ରୀ, ବାଦ୍ୟଶିଳ୍ପୀ, ନାଟ୍ୟ ନିର୍ଦ୍ଦେଶକ ସମସ୍ତେ କଲିଜିଏଟ୍ ସ୍କୁଲ୍ ରେ ହାଜର୍ ମୋ’ର ସେତେବେଳକୁ ଦଶମ ଶ୍ରେଣୀ କିଛି ପିଲା ଉପର ଶ୍ରେଣୀରେ, ଆଉ ଅନେକ ତଳ ଶ୍ରେଣୀରେ
ଗୁଣୀ ପିଲାଙ୍କର ମା’ ହେବାଲାଗି ଯେତିକି ଗୁଣ ଲୋଡା, ତା’ ଠାରୁ ବେଶୀ କାର୍ଯ୍ୟଦକ୍ଷତା ଲୋଡା ଉଭା ହୁଅନ୍ତି ସ୍ୱର୍ଗତା ଶ୍ରୀମତୀ ମନୋରମା ଷଡଙ୍ଗୀ ମା’ ପରି ସ୍ତ୍ରୀ ଲୋକ, ତିନୋଟି ଝିଅ ସଂଗୀତ କଳାରେ ନିପୁଣା, ନିଜେ ସ୍ନେହସିକ୍ତା, ସଂଗଠନରତା ଆମର କିଶୋର ଗୋଷ୍ଠୀକୁ ସ୍କୁଲ୍ ପରିବେଶ ବାହାରେ ସେ’ ସଂଗଠିତ କଲେ ଲେଖା, କଥା ଓ ଖେଳର ପରିସର ବଢିଲା ଗଢା ହେଲା ଅନଳ ମୀନାମଣ୍ଡଳୀ ଆମେ ହେଲୁ ସଂଗଠକ, ଲୋକଙ୍କୁ ଭେଟିଲୁ, ପାଲ ଟଙ୍ଗାଇଲୁ, ପ୍ରଜାତନ୍ତ୍ର ପ୍ରଚାର ସମିତି ଶିଶୁ ଉତ୍ସବରେ ଅଭିନୟ ପୁରସ୍କାର ଆଣିଲୁ ମୁଁ ହେଲି ଆବେଗରତ ପିତା, ପୁଅ ହେଲା ବର୍ତ୍ତମାନର ଅଭିନେତା ଓ ନିର୍ଦ୍ଦେଶକ ପ୍ରଶାନ୍ତ ନନ୍ଦ ଗୀତ ହେଲା, ନାଚ ହେଲା, ବକ୍ତୃତା ହେଲା, ଆନନ୍ଦ ହେଲା
ମଉଜ ସବୁଦିନ ରହେ ନାହିଁ ୧୯୬୨ ମସିହା ଦୁର୍ଗାପୂଜା ବେଳକୁ ଭାରତବର୍ଷର ପଡିଶା ଚୀନ୍ ଦେଶ ଭାରତବର୍ଷର ସୀମା ଉଲ୍ଲଂଘନ କଲା ଆମଠୁଁ ବଡ ଯୁବକମାନେ ଟ୍ରକ୍ ମାନଙ୍କରେ ଠୁଙ୍କି ହୋଇ ସୀମାନ୍ତକୁ ଗଲେ ହିମାଳୟ ନାଁ ଶୁଣିଥିଲେ ମଧ୍ୟ ଆମ ପାଖରେ ହିମାଳୟରେ ଯୁଦ୍ଧର ପତିଆରା ନ ଥିଲା ସୈନ୍ୟମାନଙ୍କୁ ଜବାନ୍ କୁହାଗଲା , ସେ’ ବି ନୂଆ ଶବ୍ଦ ଆମେ ଦୋକାନ ବଜାରରୁ ପଇସା, ଗହଣା, ଲୁଗା, ଖାଦ୍ୟ ଯୋଗାଡ କରି ସୀମାନ୍ତକୁ ପଠାଇଲୁ ଜବାନ୍ମାନେ ମରିବା ଖବର ଦୈନିକ ପହଞ୍ଚିଲା ଗୀତ ନାଚର ଉନ୍ମାଦନା ଜାଗାରେ ଆତଙ୍କ ଓ ଭୟର ଛାଉଣି ଲାଗିଲା ମୀନାମଣ୍ଡଳୀ ଉତ୍ସାହ ଚୁର୍ ମାର୍ ହୋଇଗଲା
୧୯୬୩ ମସିହା ଖରାଛୁଟି ବେଳକୁ ଯୁଦ୍ଧହାୱା ଥଣ୍ଡା ପଡିଥାଏ ଶାନ୍ତିର ଦୂତ ଭାରତବର୍ଷ ଡେଣା ଭାଙ୍ଗିଥିଲେ ବି ସଳଖ ହେବାର ପ୍ରୟାସ କରୁଥାଏ ମୁଁ ଓ ସହପାଠୀମାନେ ହାଇଅର୍ ସେକଣ୍ଡାରୀ ପାସ୍ କରି କଲେଜ୍ ଯାଉଥାଉ ଉଦ୍ୟମୀ ବନ୍ଧୁ ଶ୍ରୀ ଶୁଭାଞ୍ଜନ ମହାନ୍ତିଙ୍କ ସହ ଦେଖା ହୁଏ ସେ’ ମଧ୍ୟ ମୀନାମଣ୍ଡଲୀ ଛାଉଣିରୁ ବାହାରି ଖ୍ରୀଷ୍ଟ କଲେଜ୍ର କିଛି ଛାତ୍ରଙ୍କୁ ନେଇ ଏକାଙ୍କିକାର ଆୟୋଜନ କରୁଥାଆନ୍ତି ଆମ ଦୁହିଁଙ୍କର ମନ ମିଳିଲା ମୁଁ ଆମର ପୁରୁଣା କଳାକାରଙ୍କୁ ଏକାଠି କରି ସେଠାରେ ଉପସ୍ଥିତ ହେଲି “ରାଣା ପ୍ରତାପ” ନାମକ ଏକାଙ୍କିକାର ନିର୍ଦ୍ଦେଶକ ଥାଆନ୍ତି ଶ୍ରୀ ବିଶ୍ୱଭୁଷଣ ହରିଚନ୍ଦନ(ଓକିଲ, ପରେ ମନ୍ତ୍ରୀ) ନୂଆକରି ସମବେତ କଣ୍ଠସଂଗୀତ ତିଆରି ହେଉଥାଏ, ନାଁ ହେଲା “ତାଜମହଲ୍” ହଠାତ୍ କିଶୋରରୁ ଆମେ ତରୁଣ ଭାଷା ଅଲଗା, ପରିବେଶ ଅଲଗା, ନିଜ ଜୀବନ ଉପରେ ଆମର ନିଜର ଅଧିକାର, ନିଜେ ହିଁ ନିଜର ଶୃଙ୍ଖଳା
ସଂଗୀତ ପରିସର ବିସ୍ତୃତିରେ ବନ୍ଧୁ ଚନ୍ଦ୍ରଶେଖର ମିଶ୍ରଙ୍କର ଆବିର୍ଭାବ ହୁଏ କଳାରେ ଜ୍ଞାନୀ ସିଏ, ଆଭିଜାତ୍ୟ ସମ୍ପନ୍ନ, ତା’ଙ୍କର ପରିବାର ସଂସ୍କୃତିର ପୃଷ୍ଠପୋଷକ ସେ’ ମୋତେ ଭାଇ ହିସାବରେ ଗ୍ରହଣ କରନ୍ତି, ତା’ଙ୍କ ମା’ ମୋତେ ନିଜ ପୁଅ ପରି ଖାତିର କରନ୍ତି ସବୁ ତରୁଣ ଆତ୍ମସମ୍ମାନ ଲୋଡନ୍ତି, ଚନ୍ଦ୍ରଶେଖରଙ୍କର ନମ୍ରତା, ଭାବଧାରା, ଆଉ ଉଦ୍ୟମଶୀଳତାରେ ମୋ’ର ବ୍ୟକ୍ତିଗତ ଚିନ୍ତାଧାରା ଦ୍ୱିଗୁଣିତ ହୁଏ ଓଡିଶୀ, ଛାନ୍ଦ, ଚମ୍ପୂ ସାହିତ୍ୟ ପ୍ରତି ମନ ଆଲୋଡିତ ହୁଏ ଆମେ ଦୁହେଁ ଓଡିଆ ପୁସ୍ତକ ସନ୍ଧାନରେ ନିମିଚଉଡିର ଓଡିଶା ଜଗନ୍ନାଥ କମ୍ପାନୀ ବହିଦୋକାନରେ ପହଞ୍ଚୁ ଶ୍ରୀ ରଣଜିତ୍ ସିଂହ ମୋ’ର ସହପାଠୀ ଶ୍ରୀ ସରୋଜକୁମାର ସିଂହଙ୍କର ପିତା ଆମେ ସ୍କୁଲ୍ ରେ ଛାତ୍ର ଥିଲାବେଳେ ତାଙ୍କ ଘରଠି ଆମର ନାଟ ହୁଏ, ଖେଳ ହୁଏ କିନ୍ତୁ ତରୁଣ ବୟସର ସାଂସ୍କୃତିକ ଅଭିଯାନ ଅଲଗା ସେ’ ଏକ ନୂଆ ସଂଗଠନ ଗଢିବାକୁ ଆମକୁ ପରାମର୍ଶ ଦିଅନ୍ତି
ମୋ’ର ସ୍ୱର୍ଗତ ମାମୁଁ ଶ୍ରୀ ବୀରେନ୍ଦ୍ରନାଥ କର ମୋ’ର ଜୀବନ ସହ ଅନେକ ପରିମାଣରେ ଜଡିତ ତା’ଙ୍କ ପରାମର୍ଶରେ “ସଂସ୍କୃତି ବିହାର” ନାଁ ସୃଷ୍ଟି ହୁଏ ତା’ପରେ ଆମେ ଦୁହେଁ ମୋ’ର ସ୍ୱର୍ଗତ ପିତା ଶ୍ରୀ ମନମୋହନ ମିଶ୍ର ଙ୍କ ସହ କଥାବାର୍ତ୍ତା କରୁ ସେଠୁ ମୁଁ ଆମର ପୁରୁଣା ହେଡ୍ ମାଷ୍ଟର୍ ଙ୍କ ସହ ଆଲୋଚନା କରେ ବିଭିନ୍ନ ପରାମର୍ଶ ପରେ ସେତେବେଳର ଶିକ୍ଷାବିଭାଗର ଜଏଣ୍ଟ୍ ଡିରେକ୍ଟର୍ ଶ୍ରୀ ଗୋକୁଳଚନ୍ଦ୍ର ଶତପଥୀଙ୍କୁ ସଭାପତିରୂପେ ଗ୍ରହଣ କରିବା ଲାଗି ସିଦ୍ଧାନ୍ତ କରାଯାଏ ତା’ଙ୍କ ସହ କଥାବାର୍ତ୍ତା ହେଲାପରେ “ସଂସ୍କୃତି ବିହାର”ର ପ୍ରଥମ କାର୍ଯ୍ୟକାରୀ ସମିତି ନିର୍ଦ୍ଧାରିତ ହୁଏ ଶ୍ରୀ ଗୋକୁଳଚନ୍ଦ୍ର ଶତପଥୀ- ସଭାପତି, ଶ୍ରୀ ନନ୍ଦକିଶୋର ରଥ – ଉପସଭାପତି, ଶ୍ରୀ ବିଜୟମୋହନ ମିଶ୍ର- ସଂପାଦକ, ଷ୍ରୀ ଶୁଭାଞ୍ଜନ ମହାନ୍ତି – ସହସଂପାଦକ, ଶ୍ରୀ ବୀରେନ୍ଦ୍ରନାଥ କର- ସଦସ୍ୟ, ଶ୍ରୀ ପ୍ରଣବକିଶୋର ପଟ୍ଟନାୟକ (ସଂଗୀତଶିଳ୍ପୀ)- ସଦସ୍ୟ, ଶ୍ରୀ ବିଶ୍ୱଭୁଷଣ ହରିଚନ୍ଦନ- ସଦସ୍ୟ, ଶ୍ରୀ ଗୋବର୍ଦ୍ଧନ ପଟ୍ଟନାୟକ(ଶିକ୍ଷାବିତ୍)-ସଦସ୍ୟ ଓ ଶ୍ରୀ ଅମୁଲ୍ୟକୃଷ୍ଣ ନନ୍ଦ (କାଳବିକାଶ କେନ୍ଦ୍ର) – ସଦସ୍ୟ ଭାବରେ ଯୋଗ ଦିଅନ୍ତି “ସଂସ୍କୃତି ବିହାର”ର ଜନ୍ମୋତ୍ସବ ୧୯୬୩ ମସିହା ନଭେମ୍ବର୍ ୮ ତାରିଖରେ କଟକର ନାରୀସଂଘସଦନ ଠାରେ ଅନୁଷ୍ଠିତ ହୁଏ “ରାଣା ପ୍ରତାପ” ଏକାଙ୍କିକା ଅଭିନୀତ ହୁଏ, ତା’ ସାଙ୍ଗରେ “ତାଜମହଲ୍” ସମବେତ ସଙ୍ଗୀତ, ଆଉ କିଛି ପିଲାଙ୍କର ନାଚ ବୟସ୍କମାନେ ବି ଆମ ସାଂଗରେ ତରୁଣ ପାଲଟିଥା’ନ୍ତି
ବନ୍ଧୁ ଚନ୍ଦ୍ରଶେଖରଙ୍କର କଟକର ସାଂସ୍କୃତିକ ପରିବେଶରେ ସରାଗପୂର୍ଣ ପ୍ରବେଶ ଥିଲା ଅନେକ କଳାକାର, ସଂଗୀତ ଓ ନୃତ୍ୟ ଶିକ୍ଷକଙ୍କୁ ସେ’ ବ୍ୟକ୍ତିଗତ ଭାବେ ଜାଣିଥିଲେ ସେମାନଙ୍କ ସହ ତା’ଙ୍କର ଆଳାପ ଥିଲା, ଆପଣା ତରଫରୁ କାହାକୁ କାହାକୁ ମଧ୍ୟ ଅର୍ଥସାହାଯ୍ୟ ଦେଉଥିଲେ ତା’ଙ୍କ ତରୁଣ ମନ କଟକର ସାଂସ୍କୃତିକ ପ୍ରବାହକୁ ଏକାଠି କରିବାର ଅହେତୁକ ଅଭିଳାଷରେ ଉଚ୍ଛ୍ୱସିତ ହେଲା କବି କାଳୀଦାସ କୃତ ରଘୁବଂଶ କାବ୍ୟରୁ ରସାପ୍ଲୁତ “ଇନ୍ଦୁମତୀ” ଉପାଖ୍ୟାନକୁ ନୃତ୍ୟନାଟିକା ମାଧ୍ୟମରେ ପରିବେଷଣ କରିବା ତା’ଙ୍କର ଲକ୍ଷ୍ୟ ଶତାଧିକ କଳାକାରଙ୍କୁ ସଂଗଠିତ କଲେ, ବିରାଟ ଉଦ୍ୟମର ସୃଷ୍ଟି ହେଲା ସାଇପଡିଶାଙ୍କଠୁ ପଇସା ମାଗି ଟଙ୍କା ଯୋଗାଡ କଲୁ ଟଙ୍କା ନିଅଣ୍ଟ ହେଲେ ବି ବିରାଟ ମହୋତ୍ସବ ହେଲା ସମସ୍ତେ ଆନନ୍ଦରେ ମସ୍ଗୁଲ୍ ଓଡିଶାରେ କଳାକ୍ଷେତ୍ର ରେ ଏତେ ଜଟିଳ କାର୍ଯ୍ୟ ଆଗରୁ ସମ୍ଭବ ହୋଇ ନ ଥିଲା
ପାଠପଢା ସାଙ୍ଗକୁ କଳାଚର୍ଚ୍ଚା ପୂରାପୂରି ଦ୍ୱିତୀୟ କର୍ଯ୍ୟ ହିସାବରେ ତରୁଣ ଜୀବନରେ ରସ ସୃଷ୍ଟି କଲେ ମଧ୍ୟ ଆମର ସାଂଗଠନିକ ଅଭିଜ୍ଞତା ଊଣା ପରି ଜାଣାପଡିଲା ବଡ କାର୍ଯ୍ୟ କରିବାକୁ ବଡ ଅର୍ଥ ଲୋଡା ସାମାନ୍ୟ ବୃତ୍ତିଧାରୀ ତରୁଣ ଭିଖମାଗି ସଂସ୍କୃତି ଚର୍ଚ୍ଚା କଲାବେଳକୁ ଗାଡି ଅଚଳ ଆମେ ଥମିଗଲୁ ପୁଣି ଆସିଲା ପାକିସ୍ତାନ୍ର ହୁଂକାର ଏତେବେଳକୁ ଆମ ସାଙ୍ଗମାନେ ଜବାନ୍, ଲୁଚିବାର କିଛି କାରଣ ନାହିଁ ଦେଶର ବିପଦ ହିଁ ଆପଣାର ବିପଦ ଦେଶର ଯୁଦ୍ଧ ଡାକରାରେ ସାମିଲ୍ ହେବାକୁ ହେବ “ସଂସ୍କୃତି ବିହାର” ପୁଣି ଏକଜୁଟ୍ ହେଲା ଯୁଦ୍ଧସଂଗୀତ ରେ କଟକ ନାଚିଲା ଆମେ ଜନତାର ଆବାଜରେ ତାଳ ମିଳାଇଲୁ କଳାକାରବନ୍ଧୁମାନେ ସାଥୀ ହେଲେ ଆମେ ହେଲୁ ପୁଣି ସୂତ୍ରଧର
୧୯୬୬ ମସିହା ଗ୍ରୀଷ୍ମଛୁଟିରେ ଆମର ତାରୁଣ୍ୟରୁ ଯୌବନ ରେ ଅନୁସରଣ ମଞ୍ଚଶିଳ୍ପୀ ଓ ନାଟ୍ୟ ସଂଯୋଜକ ସ୍ୱର୍ଗତ ଶ୍ରୀ ଧୀରେନ୍ ଦାଶ କଟକରେ ପହଞ୍ଚିଲେ ତା’ଙ୍କ ସହ ଆମର ଅକସ୍ମାତ୍ ସାକ୍ଷାତ ହୁଏବଳିଷ୍ଠ ଲୋକ ସିଏ, ଗୁଣୀ, ପରାକାଷ୍ଠାପୂର୍ଣ ଆମ ଭିତରେ ଓଡିଆ ଜାତିର ମୌଳିକତା ଖୋଜିବାର ଉଦ୍ୟମ ଆରମ୍ଭ ହେଲା ସାଥୀ ହେଲେ ନାଟ୍ୟକାର ଶ୍ରୀ ନରସିଂହ ମହାପାତ୍ର, ବେତାର ଶିଳ୍ପୀ ଶ୍ରୀ ସୁରେନ୍ ମହାନ୍ତି, ଅବସରପ୍ରାପ୍ତ କର୍ମଚାରୀ ଶ୍ରୀ ଶ୍ୟାମ ସୁନ୍ଦର ପରିଜା, ଏବଂ ବରିଷ୍ଠ ସାମ୍ବାଦିକ ଶ୍ରୀ ବିଜୟକେତନ ମଙ୍ଗରାଜ ମୋ’ ପିତାଙ୍କର ଏ’ ସଂକ୍ରାନ୍ତରେ ଅତୀବ ଆଗ୍ରହ ସେ’ ଆମର ଉପଦେଷ୍ଟା ଓ ଯୋଗକର୍ତ୍ତା ତା’ଙ୍କର ଯୌବନ ସମୟର କାର୍ଯ୍ୟ ତା’ଙ୍କ ଯୋଗାଯୋଗରୁ କିଛି ପରିମାଣରେ ଅନୁମାନ କଲୁ ଜୀବନର ପଛ କଥା ତନଖିବା ପାଇଁ କାହାର ସମୟ ଅଛି?
ବନ୍ଧୁ ଶ୍ରୀ ନିର୍ମଳକାନ୍ତି ସେନ୍ କଲେଜ୍ରୁ ଆମର ସାଂଗ ବନ୍ଧୁ ସରୋଜଙ୍କ ପରି ତା’ଙ୍କର ସଙ୍ଗୀତରେ ଆଦର ଭାଇ ନାରାୟଣ ସିଂହ ଆମ ସହ ସହଯୋଗୀ ମୁଁ, ଚନ୍ଦ୍ରଶେଖର, ସରୋଜ, ନିର୍ମଳ ଓ ନାରାୟଣ ମିଶି ଧୀରେନ୍ ଦାଶଙ୍କର “ବିରାଟ ପ୍ରେକ୍ଷା” ପରିକଳ୍ପନାକୁ ବଗ ମାଛ ଦେଖିଲା ପରି ଶୁଣୁଥାଉ କାର୍ଯ୍ୟଟି ଆମକୁ ଟିକିଏ ଉଚ୍ଚାପରି ମନେ ହେଉଥାଏ ତେବେ ଅଣ୍ଟା ବାନ୍ଧିଲୁ, ଆମର ଅଭିଭାବକମାନେ ସାହାଯ୍ୟ କଲେ ବହୁ ପଟୁଆର ଏକାଠି କଲୁ, ହାତୀ ଆଣିଲୁ, ଘୋଡା ଆଣିଲୁ, ରଥ ଆଣିଲୁ, ବାଣ ଆଣିଲୁ, ବାଜା ଆଣିଲୁ, କଳାକାର ଆଣିଲୁ, ପୋଷାକ ଆଣିଲୁ ବାଲିଯାତ୍ରା ପଡିଆରେ ୧୯୬୬ ମସିହା ନଭେମ୍ବର୍ ୨୮ ତାରିଖ ରେ ମଞ୍ଚସ୍ଥ କଲୁ ଗଣକବି ବୈଷ୍ଣବ ପାଣିଙ୍କ ବିରଚିତ “ବିରାଟ ଗୋଧନ ହରଣ” ୫୦୦ ଫୁଟ୍ ର ଷ୍ଟେଜ୍, ଦୁଇଟି ମଞ୍ଚ, ପ୍ରାଙ୍ଗଣରେ ଯୁଦ୍ଧ, ଜଳଖାଇରେ ଚିତ୍ର କଟକ ସହରର ସାଂସ୍କୃତିକ ପରମ୍ପରା କୋଣାର୍କ ଚୂଳିରେ ପହଞ୍ଚିଲା ଯାତ୍ରା ସମାପ୍ତି ପରେ ରାତିଯାକ ସେଇଠି ପଡିଆରେ ତମ୍ବୁତଳେ ଦରିପାରି ଶୋଇଲୁ ସଂସାରରେ ବହୁତ କମ୍ ଲୋକ ଯୌବନକୁ ସ୍ୱାଗତ କରିବାର ଏମିତି ସୌଭାଗ୍ୟ ପାଇଥିବେ! ପିତା ମନମୋହନଙ୍କର ବାଣୀ-“ଓଡିଶାର ସାଂସ୍କୃତିକ ପରମ୍ପରାରେ ନୂତନ ଉତ୍ସବ ଆରମ୍ଭ ହେଲା!”
ଧୀରେନ୍ ଦାଶଙ୍କର “ବିରାଟ ପ୍ରେକ୍ଷା” ଦେଶ ବିଦେଶ ରେ ଆଲୋଚିତ ହେଲା ନାଟ୍ୟଗୋଷ୍ଠୀ ଦଳ ଆମର କାର୍ଯ୍ୟ ପରିଦର୍ଶନ କରିବାକୁ ଆସିଲେ ମନ୍ତ୍ରୀ ପହଞ୍ଚିଲେ, ରାଜ୍ୟପାଳ ଆସିଲେ, “ସଂସ୍କୃତି ବିହାର”ର ଉତ୍ସବ ଖବରକାଗଜରେ ପ୍ରକଶିତ ହେଲା ଲୋକମହଲ ରେ ଆମର ବାହାଦୁରି ବଢିଲା ପ୍ରତିବର୍ଷ ନୂଆ ନୂଆ ଯାତ୍ରା ପରିବେଶିତ ହେଲା ଅନେକ ବର୍ଷ ମୁଁ ବାହାରେ ଥିଲେ ମଧ୍ୟ ଯାତ୍ରା ସମୟରେ ଯାଇ ଉପସ୍ଥିତ ହୁଏ ସାଥୀମାନଙ୍କ ସହ ମେଳାପ କରେ “ସଂସ୍କୃତି ବିହାର” ପରିବାରକୁ ସ୍ୱାଗତ କରେ ପିତା ମନମୋହନ ତା’ଙ୍କର ମୃତ୍ୟୁ ପର୍ଯ୍ୟନ୍ତ “ସଂସ୍କୃତି ବିହାର” ସହିତ ଓତପ୍ରୋତ ଭାବେ ଜଡିତ ଥିଲେ କର୍ମୀଙ୍କର ଉଦ୍ୟମ ତା’ଙ୍କୁ ମନୋବଳ ଦେଉଥିଲା
ଆଜି “ସଂସ୍କୃତି ବିହାର”କୁ ପଚାଶ ବର୍ଷ ଆମର ପୁରୁଣା ଅଭିଭାବକମାନେ ଆଉ ଇହଧାମରେ ନାହାଁନ୍ତି ବୈଷ୍ଣବ ପାଣିଙ୍କର ସହକର୍ମୀ ଆମର ଅତ୍ୟନ୍ତ ଶୁଭାକାଂକ୍ଷୀ ଶ୍ରୀ କୃଷ୍ଣଚନ୍ଦ୍ର ପାଣ୍ଡେ ନାହାଁନ୍ତି, କିଶୋରକବି ଶ୍ୟାମସୁନ୍ଦର ନାହାଁନ୍ତି, ନିର୍ଦ୍ଦେଶକ ଧୀରେନ୍ ଦାଶ ନାହାଁନ୍ତି, ଦିଗ୍ଦର୍ଶକ ଶ୍ୟାମସୁନ୍ଦର ପରିଜା ନାହାଁନ୍ତି, ମାମୁଁ ବୀରେନ୍ଦ୍ର କର ନାହାଁନ୍ତି, ମୋ’ର ପିତା ମନମୋହନ ନାହାଁନ୍ତି, ମହୀୟସୀ ମନୋରମା ନାହାଁନ୍ତିଏ’ ଅବସରରେ ମୁଁ ଆମର ସମସ୍ତ ସଦିଚ୍ଛୁ ମାନଙ୍କୁ ମୋ’ର ବିନମ୍ର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି “ସଂସ୍କୃତି ବିହାର” ର ଆୟୁଷ ପାଇଁ ଆମେ ସେମାନଙ୍କଠାରେ ଋଣୀ
ଶ୍ରୀ ସରୋଜକୁମାର ସିଂହ, ଶ୍ରୀ ନିର୍ମଳକାନ୍ତି ସେନ୍, ଶ୍ରୀ ଚନ୍ଦ୍ରଶେଖର ମିଶ୍ର, ଶ୍ରୀ ନାରାୟଣ ସିଂହ, ଶ୍ରୀ ଜାନକୀବଲ୍ଲଭ ଦାଶ, ଶ୍ରୀ ଚୈତନ୍ୟ ମଲ୍ଲିକ, ଶ୍ରୀ ବୈଷ୍ଣବଚରଣ ସାହୁ, ଶ୍ରୀ ମାୟାଧର ପ୍ରଧାନ, ଶ୍ରୀ ନୃସିଂହଚରଣ ସାମଲ୍ – “ସଂସ୍କୃତି ବିହାର”କୁ ସଜୀବ ରଖିବାରେ ଆପଣାର ଶ୍ରଦ୍ଧା ଅର୍ପଣ କରିଛନ୍ତି ରାଜନୀତିକର୍ମୀ ଶ୍ରୀ ବିଜୟ ଚକ୍ରବର୍ତ୍ତୀ, ସଂଗୀତଶିଳ୍ପୀ ଶ୍ରୀ ସ୍ୱରୂପନନ୍ଦନ ନାୟକ, ନାଟ୍ୟଶିଳ୍ପୀ ଶ୍ରୀ ପ୍ରଶାନ୍ତ ନନ୍ଦ ଓ ଆହୁରି ଅନେକ ସହକର୍ମୀ “ସଂସ୍କୃତି ବିହାର”କୁ ସାହାଯ୍ୟ କରିଛନ୍ତି ସମସ୍ତଙ୍କୁ ମୁଁ ମୋ’ ତରଫରୁ ହାର୍ଦ୍ଦିକ କୃତଜ୍ଞତା ଜଣାଉଛି ବରିଷ୍ଠ ଶ୍ରୀ ରଣଜିତ ସିଂହ ଓ ମାମୁଁ ଶ୍ରୀ ଶଚ୍ଚୀନ୍ଦ୍ରନାଥ କର ସବୁ ସମୟରେ “ସଂସ୍କୃତି ବିହାର” ପଛରେ ଠିଆ ହୋଇଛନ୍ତି, ଅତୁଟ ସାହାଯ୍ୟ ଦେଇଛନ୍ତି, ସାହାଯ୍ୟ ଭିକ୍ଷା କରିଛନ୍ତି ଆମ୍ଭେମାନେ ସେମାନଙ୍କୁ ବିନମ୍ର ପ୍ରଣାମ ଜଣାଉଛୁ
“ସଂସ୍କୃତି ବିହାର”ର ସ୍ମୃତିଭରା ଇତିହାସକୁ କିଛି ପୃଷ୍ଠାରେ ଲେଖିବା ଜୀବନ ପ୍ରଚେଷ୍ଟାର ଅଳୀକ ଉପାୟ କିଶୋରରୁ ପ୍ରୌଢ ଅଭିଯାନରେ ସମସ୍ତ କଥା ସ୍ମୃତିଗୋଚର ହୁଏ ନାହିଁ ଅନ୍ୟ ବନ୍ଧୁମାନେ ଅନେକ ଊହ୍ୟ ପୂରଣ କରିବେ ଓ “ସଂସ୍କୃତି ବିହାର”ର ଆଗାମୀ ପଚାଶ ବର୍ଷ ପାଇଁ ପାଗ ବାନ୍ଧିବେ ସମସ୍ତ କର୍ମଚାରୀ, ବ୍ୟାବସାୟିକ ଅନୁଷ୍ଠାନ, ବ୍ୟକ୍ତିବିଶେଷ, ରାଜନୀତିଜ୍ଞ, ସାଇ ପଡିଶା ଓ ପରିବାରଙ୍କୁ ମୋ’ର ବିନମ୍ର ଶ୍ରଦ୍ଧା ଅର୍ପଣ କରି ସୁଦୂର ଆମେରିକାରୁ ଆମର ବାଲ୍ୟଜୀବନର ଖେଳଘରର ଶତାୟୁ ଲାଗି ଗୁଣୀସମାଜଠାରୁ ଆଶୀର୍ବାଦ ଭିକ୍ଷା କରୁଛି